fbpx

ପୁରୀରୁ ୫୦ କିମି ଦୂରରେ ଜୱାଦ: ଘଣ୍ଟାପ୍ରତି ବେଗ ୧୮ କିମି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁରୀ ଠାରୁ ୫୦ କିମି ଦୂରରେ ରହିଛି ସାମୁଦ୍ରିକ ବାତ୍ୟା ଜୱାଦ । ଧୀରେ ଧୀରେ ଏହା ଦୁର୍ବଳ ହେଉଥିବାରୁ ବାତ୍ୟା ବର୍ତ୍ତମାନ ଅବପାତର ରୂପ ନେବାରେ ଲାଗିଛି । ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୧୮ କିମି ବେଗରେ ଅଗ୍ରସର ହେଉଥିବା ବେଳେ ମଧ୍ୟରାତ୍ରି ସୁଦ୍ଧା ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ । ଉତ୍ତର- ଉତ୍ତରପୂର୍ବ ଆଡକୁ ଗତି କରୁଛି ଏହି ସାମୁଦ୍ରିକ ବାତ୍ୟା ।

ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ରାତି ସୁଦ୍ଧା ୱେଳ ମାର୍କଡ ଲୋକ ପ୍ରେସର ହୋଇ ପଶ୍ଚିମବଙ୍ଗ ପହଞ୍ଚିବ । ଏହା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ପାରାଦୀପରେ ୩ ଘଣ୍ଟା ମଧ୍ୟରେ ୫୬ ମିମି ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ପ୍ରଭାବରେ ୧୨ ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ୧୨ ଘଣ୍ଟା ପରେ ବର୍ଷା ପରିମାଣ କମିବ । ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ଉପକୂଳ ଜିଲ୍ଲାରେ ୬ ଘଣ୍ଟା ଯାଏଁ ବର୍ଷା ହେବ । ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଛି । ରାତିରେ ପବନର ବେଗ କମି ୩୦ରୁ ୪୦ କିମି ରହିବ ।

Get real time updates directly on you device, subscribe now.