fbpx

PAN CARDରେ ଫୋଟୋ ବଦଳାଇବାକୁ ଚାହୁଛନ୍ତି? ଘରେ ବସି କରିପାରିବେ ଏହି କାମ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବ୍ୟାଙ୍କ କିମ୍ବା କୌଣସି ସରକାରୀ କାମରେ ପ୍ୟାନ୍ କାର୍ଡର ଆବଶ୍ୟକତା ନିଶ୍ଚିତ ପଡ଼ିଥାଏ । ଏମିତିରେ ଏହା ଜରୁରୀ ଯେ ଆପଣ ପ୍ୟାନ୍ କାର୍ଡକୁ ଅପଡେଟ୍ ରଖିବା ଆବଶ୍ୟକ । ତେବେ ପ୍ୟାନ୍ କାର୍ଡରେ ସହଜରେ ଆପଣ ଆପଣଙ୍କ ତଥ୍ୟକୁ ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା କେମିତି ପ୍ୟାନ୍ କାର୍ଡରେ ବଦଳାଇବେ ଫୋଟୋ । ଯଦି ଆପଣଙ୍କ ପ୍ୟାନ୍ କାର୍ଡରେ ପୁରୁଣା ଫୋଟୋ ରହିଛି ଏବଂ ଆପଣ ଏହାକୁ ବଦଳାଇବାକୁ ଚାହୁଛନ୍ତି ତେବେ ଏହାକୁ ଆପଣ ସହଜରେ ଘରେ ବସି କରିପାରିବେ । ଆମେ ଆପଣଙ୍କୁ କିଛି ଷ୍ଟେପ୍ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଅନଲାଇନ ମାଧ୍ୟମରେ ପ୍ୟାନ୍ କାର୍ଡରେ ଫୋଟୋ ବଦଳାଇପାରିବେ ।

ପ୍ୟାନ କାର୍ଡରେ ଫୋଟୋ ବଦଳାଇବା ପାଇଁ ସର୍ବପ୍ରଥମେ ଏନଏସଡିଏଲ ର ୱେବସାଇଟ୍ https://www.onlineservices.nsdl.com/paam/endUserRegisterContact.html କୁ ଯାଆନ୍ତୁ । ଏଠାରେ ଆପ୍ଲିକେସନ ଟାଇପ୍ କୁ ଯାଆନ୍ତୁ ଆପ୍ଲିକେସନ ଟାଇପ୍ ରେ ଆପଣଙ୍କୁ ପ୍ୟାନ କାର୍ଡରେ ସଂଶୋଧନ (କରେକ୍ସନ ଇନ ପ୍ୟାନ୍) ଅପ୍ସନ ବାଛିବାକୁ ହେବ । ଏହାପରେ କାଟାଗୋରୀରେ ଇଣ୍ଡିଭିଜୁଆଲ ବାଛିବାକୁ ହେବ । ଏହାପରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ହେବ, ଯାହାକୁ ଭରିବା ପରେ ସବମିଟ୍ କରିବାକୁ ହେବ । ଏହା ପରେ କେୱାଇସି ଅପ୍ସନ ବାଛିବାକୁ ହେବ ।

ଏହାପରେ ଆପଣଙ୍କ ସାମ୍ନାରେ ଫଟୋ ଏବଂ ଦସ୍ତଖତ ମିସମ୍ୟାଚର ଦୁଇଟି ଅପ୍ସନ ଦେଖାଯିବ । ଆପଣଙ୍କୁ ଫଟୋ ବଦଳାଇବାର ଅଛି ତେଣୁ ଫଟୋ ମିସମ୍ୟାଚ୍ ଅପ୍ସନକୁ କ୍ଲିକ କରନ୍ତୁ । ଆପଣ ଦସ୍ତଖତ ମଧ୍ୟ ବଦଳାଇପାରିବେ । ଏହାପରେ ଆପଣଙ୍କୁ ମାତା-ପିତାଙ୍କର କିଛି ତଥ୍ୟ ଦେବାକୁ ହେବ । ତଥ୍ୟ ଦେଇସାରିବା ପରେ ଆଇଡିପ୍ରୁଫ୍ ସହ କିଛି ଅନ୍ୟ ଡକ୍ୟୁମେଣ୍ଟ ଜମାକରାଇବାକୁ ପଡ଼ିବ ।

ଏହାପରେ ଆପଣଙ୍କୁ ଡିକ୍ଲାରେସନ ଉପରେ କ୍ଲିକ କରିବାକୁ ହେବ ଏବଂ ଏହାକୁ ସବମିଟ୍ କରନ୍ତୁ । ଆବେଦନର ପ୍ରିଣ୍ଟ ଆଉଟ୍ ର ଏକ କପି ଇନକମ ଟ୍ୟାକ୍ସ ପ୍ୟାନ ସର୍ଭିସ ୟୁନିଟକୁ ପଠାଇବାକୁ ହେବ । ଫର୍ମ ସହ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟ ପଠାଇବାକୁ ହେବ । ଆପଣଙ୍କୁ ୧୫ ଅଙ୍କ ବିଶିଷ୍ଟ ରସିଦ ନମ୍ବର ମିଳିବ, ଯାହାଦ୍ୱାରା ଆପଣ ଆପଣଙ୍କ ଆପ୍ଲିକେସନ ଟ୍ରାକ୍ କରିପାରିବେ । ଏହିଭଳି ଭାବରେ ଆପଣ ଆପଣଙ୍କ ଦସ୍ତଖତ ମଧ୍ୟ ବଦଳାଇପାରିବେ।

Get real time updates directly on you device, subscribe now.