fbpx
BJD SKY
BJD SKY

Intelligence Bureauରେ ଖାଲିହେଲା ୧୬୭୧ଟି ପଦବୀ: SA ଏବଂ MTS ପଦବୀରେ ମିଳିବ ନିଯୁକ୍ତି

BJD

ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଏକ ଭଲ ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ବାହାରିଛି ୧୬୭୧ଟି ପଦବୀ । ପ୍ରାର୍ଥୀମାନଙ୍କୁ ଆଇବି ସିକ୍ୟୁରିଟି ଆସିଷ୍ଟାଣ୍ଟ (ଏସଏ) ଓ ଏମଟିଏସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ । ଆବେଦନ କରିବା ପୂର୍ବରୁ ସମସ୍ତ ବିବରଣୀକୁ ଭଲ ଭାବେ ପଢ଼ିବାକୁ ଅନୁରୋଧ ।

ନଭେମ୍ବର ୫ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୨୫ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି । ଏସଏ ପଦବୀ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ରହିଥିବା ବେଳେ ଏମଟିଏସ ପାଇଁ ରହିଛି ୨୭ ବର୍ଷ । ନିୟମ ଅନୁଯାୟୀ ବୟସ କୋହଳ କରାଯିବ । ଜେନେରାଲ / ଓବିସି ପ୍ରାର୍ଥୀମାନେ ୫୦୦ ଟଙ୍କା ଆବେଦନ ଫିସ୍ ଦେବେ । ଏସସି / ଏସଟି / ମହିଳା ପ୍ରାର୍ଥୀମାନେ କୌଣସି ଦେୟ ପ୍ରଦାନ କରିବେ ନାହିଁ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟିକ ହୋଇଥିବା ଆବଶ୍ୟକ । ଏସଏ ପାଇଁ ୧୫୨୧ଟି ପଦବୀ ରହିଥିବା ବେଳେ ଏମଟିଏସ ପାଇଁ ୧୫୦ଟି ପଦବୀ ରହିଛି । ବିଭିନ୍ନ ରାଜ୍ୟର ପ୍ରାର୍ଥୀଙ୍କର ପାଇଁ ଅଲଗା ଅଲଗା ସ୍ଥାନୀୟ ଭାଷାକୁ ପ୍ରାଧାନ୍ୟ ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: Available on 05.11.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-IB-Security-asst-MTS-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.mha.gov.in/

Get real time updates directly on you device, subscribe now.