fbpx

(ଭିଡିଓ)ଗୃହ ମନ୍ତ୍ରଣାଳୟର ଚିନ୍ତନ ଶିବିର:ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ର ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ :ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପରାଧ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ରହିବା ନିହାତି ଭାବରେ ଆବଶ୍ୟକ। ସେ କହିଛନ୍ତି ସାରା ଦେଶର ପୁଲିସର ପରିଚୟ ଏକପ୍ରକାର ହୋଇପାରିବ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସାରା ଦେଶର ପୁଲିସ୍ ପାଇଁ ‘ୱାନ୍ ନେସନ୍, ୱାନ୍ ୟୁନିଫର୍ମ’ ପ୍ରସ୍ତାବ ଦେଇଛନ୍ତି ।

କୌଣସି ରାଜ୍ୟର ଆଇନ ବ୍ୟବସ୍ଥା ଯେତେ ସୃଦୁଢ଼ ସେହି ରାଜ୍ୟ ସେତେ ବିକଶିତ । ବର୍ତ୍ତମାନ ସମୟରେ ଆମ ସମ୍ନାରେ ଯେଉଁ ଯେଉଁ ସମସ୍ୟା ରହୁଛି ତାହା ସବୁ କୁ ଦୂର କରିବାକୁ ହେଲେ ଆମକୁ ଏକତାର ଆବଶ୍ୟକତା ରହିଛି । ସମ୍ବିଧାନ ଅନୁସାରେ ଆଇନ- ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଏହା ଦେଶର ଏକତା ଏବଂ ଅଖଣ୍ଡତା ସହ ମଧ୍ୟ ବହୁ ମାତ୍ରାରେ ଜଡ଼ିତ।କୌଣସି ରାଜ୍ୟର ଆଇନ ବ୍ୟବସ୍ଥା ଯେତେ ସୃଦୁଢ଼ ସେହି ରାଜ୍ୟ ସେତେ ବିକଶିତ । ବର୍ତ୍ତମାନ ସମୟରେ ଆମ ସମ୍ନାରେ ଯେଉଁ ଯେଉଁ ସମସ୍ୟା ରହୁଛି ତାହା ସବୁ କୁ ଦୂର କରିବାକୁ ହେଲେ ଆମକୁ ଏକତାର ଆବଶ୍ୟକତା ରହିଛି ।ସୁରକ୍ଷା ବ୍ୟବସ୍ଥା ଯେତେ ଶୃଙ୍ଖଳିତ ରହିବ ଆମକୁ ଚ୍ୟାଲେଞ୍ଜ ସବୁ କୁ ଲଢ଼ିବାକୁ ସେତେ ଶକ୍ତି ମିଳିବ ।

ମୋଦୀଙ୍କ କହିବା ଅନୁସାରେ ଦେଶର କୌଣସି ପ୍ରାନ୍ତରେ ଲୋକମାନେ ଯେତେବେଳେ କୌଣସି ପୋଲିସ ଙ୍କୁ ଦେଖିବେ ତେବେ ସେ ସହଜରେ ଜାଣି ପାରିବେ , ଏହା ପାଇଁ ଆଉ କିଛି ବିଶେଷ ପରିଚୟ ଲୋଡା ହେବ ନାହିଁ । କେବଳ ଏତିକି ନୁହେଁ ଯେଉଁ ଭଳି ସାରା ଦେଶର ଲୋକଙ୍କୁ ପୋଷ୍ଟ ବକ୍ସ ବିଷୟରେ ଜଣା ଅଛି , ତାଙ୍କୁ ଜଣା ଏଥିରେ ଚିଠି ପକାଇଲେ ତାହା ଠିକଣାରେ ପହଞ୍ଚିବ ଠିକ ସେହି ପରି ପୋଲିସ ମାନଙ୍କ ପରିଚୟ ହେବା ଆବଶ୍ୟକତା ରହିଛି ।

ସୂଚନାମୁତାବକ ସାରା ଭାରତ ବର୍ଷରେ ଏବେ ୱାନ ନେସନ ୱାନ ରାସନକାର୍ଡ, ୱାନ ନେସନ ୱାନ ମୋବିଲିଟି କାର୍ଡ, ୱାନ ନେସନ ୱାନ ଗ୍ରିଡ, ୱାନ ନେସନ ୱାନ ସାଇନ ଲ୍ୟାନ୍ଗୁଲଏଜ୍, ପୂର୍ବରୁ କାର୍ଯ୍ୟ କରୁଛି । ଯାହା ଦ୍ୱାରା ଲୋକେ ଏହାର ଫାଇଦା ଉଠାଇ ପାରୁଛନ୍ତି । ଆଉ ଯହି ଏହି ପ୍ରସ୍ତାବ ଆସେ ତେବେ ଏହା ଲାଗୁ ହେବା ଦ୍ୱାରା ଏହା ଏକ ପରିଚୟ ହୋଇ ପାରିବ ।

ନିଜର ମତ ରଖି ମୋଦୀ କହିଛନ୍ତି ଏହା କେବଳ ଏକ ପ୍ରସ୍ତାବ, ଜୋର ଜବରଦସ୍ତ ଲାଗୁ କରିବାର କୌଣସି ଉଦ୍ୟମ ନୁହେଁ । ଏହାକୁ ଏକ ପ୍ରସ୍ତାବ ଭାବେ ବିଚାର କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ନିବେଦନ କରିଛନ୍ତି । ଏହା ସମ୍ଭବ ହେବା ପାଇଁ ୫୦ କିମ୍ବା ୧୦୦ ବର୍ଷ ଲାଗିପାରେ । ମାତ୍ର ଏହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

 

Get real time updates directly on you device, subscribe now.