fbpx
BJD SKY
BJD SKY

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

BJD

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୨୩୨କୁ ବୃଦ୍ଧି ପାଇଛି । ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ରୁ ୨ ଜଣଙ୍କ ଲେଖାଏଁ ମରିଛନ୍ତି। ସେହିପରି ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ରାଜ୍ୟରେ ୧୦ ହଜାର ୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗିରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡାରୁ ୩୮୦, ନୂଆପଡାରୁ ୩୭୮, କଳାହାଣ୍ଡିରୁ ୩୭୦, ଯାଜପୁରରୁ ୩୪୯, ନବରଙ୍ଗପୁରରୁ ୩୩୫, ଷ୍ଟେଟପୁଲରୁ ୩୩୨, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩, ମୟୂରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୋନପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫, ନୟାଗଡରୁ ୧୯୨, ଢେଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡାରୁ ୧୪୧, କନ୍ଧମାଳରୁ ୧୩୪, ଦେବଗଡରୁ ୧୨୭, ଗଜପତିରୁ ୧୧୧, ମାଲକାନଗିରିରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.