fbpx

ଓଡିଶାରେ ଆଜି ୧୦,୯୮୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧି ପାଇଛି ।

ସେହିପରି ସୁନ୍ଦରଗଡରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗିରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡାରୁ ୩୮୦, ନୂଆପଡାରୁ ୩୭୮, କଳାହାଣ୍ଡିରୁ ୩୭୦, ଯାଜପୁରରୁ ୩୪୯, ନବରଙ୍ଗପୁରରୁ ୩୩୫, ଷ୍ଟେଟପୁଲରୁ ୩୩୨, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩, ମୟୂରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୋନପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫, ନୟାଗଡରୁ ୧୯୨, ଢେଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡାରୁ ୧୪୧, କନ୍ଧମାଳରୁ ୧୩୪, ଦେବଗଡରୁ ୧୨୭, ଗଜପତିରୁ ୧୧୧, ମାଲକାନଗିରିରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.