fbpx

କର୍ମଚାରୀଙ୍କ ଦରମାରେ ୧୭% ବୃଦ୍ଧି: ନିର୍ବାଚନ ପୂର୍ବରୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ସୁଦ୍ଧା ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବ । ନିର୍ବାଚନ ତାରିଖ ଲାଗୁ ହେବା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଆଇନ୍ ମଧ୍ୟ ଲାଗୁ ହେବ । ତେବେ ଏହି ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର ଜନତାଙକୁ ଏକ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଲଆଇସିର କର୍ମଚାରୀମାନଙ୍କୁ ମୋଦୀ ସରକାରଙ୍କ ତରଫରୁ ଏହା ଏକ ବଡ଼ ଉପହାର ବୋଲି କୁହାଯାଇପାରେ । ଏଲଆଇସି କର୍ମଚାରୀମାନଙ୍କ ବେସିକ ସାଲାରୀରେ ୧୭% ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ପଧାନମନ୍ତ୍ରୀ ।

ଜୀବନ ବୀମା ନିଗମ କମ୍ପାନୀ ନିଜର ୧.୧୦ କର୍ମଚାରୀଙ୍କୁ ମୋଦୀ ସରକାର ହୋଲି ଉପହାର ଭେଟି ଦେଇଛନ୍ତି । କର୍ମଚାରୀମାନଙ୍କ ସାଲାରୀରେ ମୋଟ ୧୭% ବୃଦ୍ଧି କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୧ ଲକ୍ଷ ୧୦ହଜାରରୁ ଅଧିକ କର୍ମଚାରୀ ଏବଂ ୩୦ ହଜାର ପେନସନଭୋଗୀଙ୍କୁ ସିଧାସଳଖ ଫାଇଦା ମିଳିପାରିବ । ବ୍ୟାଙ୍କ କର୍ମଚାରୀଙ୍କ ସାଲାରୀରେ ବୃଦ୍ଧି ହେବା ପରେ ଏଲଆଇସି କର୍ମଚାରୀମାନଙ୍କୁ ଏଭଳି ଖୁସି ଖବର ଦେଇଛନ୍ତି ମୋଦୀ ସରକାର । ଗତ ୨୦୨୨ ଅଗଷ୍ଟ ୧ ତାରିଖରୁ ଏହି ସାଲାରୀ ବୃଦ୍ଧି ଲାଗୁ କରାଯିବ । ଏଲଆଇସି କର୍ମଚାରୀଙ୍କ ଦରମା ବୃଦ୍ଧିରେ ବାର୍ଷିକ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ସେମାନଙ୍କ ଦରମା ୨୯ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାଯାଇଛି ।

ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରାଇଛନ୍ତି । ପୂର୍ବରୁ ଏହି ଭତ୍ତା ୪୬ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା ୫୦%କୁ ବୃଦ୍ଧି ହୋଇଛି । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁସାରେ, କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଟେକ୍ ହୋମ୍ ସାଲାରୀରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଅନେକ ରାଜ୍ୟ ସରକାର ମଧ୍ୟ ନିଜ ରାଜ୍ୟର କର୍ମଚାରୀମାନଙ୍କ ଦରମା ବୃଦ୍ଧି କରାଇଛନ୍ତି ।

Get real time updates directly on you device, subscribe now.