fbpx
BSKY SKY
BSKY SKY

୧୭ଯବାନ ସହିଦ୍

BSKY

ଛତିଶଗଡ଼, ୨୨ା୩: ଛତିଶଗଡ଼ ସ୍ଥିତ ସୁକମାରେ ୧୭ଜଣ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି । ନକ୍ସଲଙ୍କ ସହ ଗୁଳି ବିନିମୟରେ ୫ଏସଟିଏଫ ଓ ୧୨ଡିଆରଜି ଯବାନ ସହିଦ ହୋଇଛନ୍ତି । ଗତକାଲି ଗୁଳିବିନିମୟ ପରେ ୧୭ଜଣ ଯବାନ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ ସ୍ଥିତ ସୁକମା ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା । ଯାହାଫଳରେ ୧୪ଜଣ ଯବାନ ଆହତ ହୋଇଥିଲେ । ୧୪ଜଣ ଯବାନ ଆହତ ହେବା ସହ ୧୭ଜଣ ଯବାନ ନିଖୋଜ ଥିଲେ । ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛିି । ଏନେଇ ଗଣମାଧ୍ୟମକୁ ଛତିଶଗଡ଼ ଡିଜିପି ସୂଚନା ମଧ୍ୟ ଦେଇଥିଲେ । ଗତକାଲି ସେଠାରେ ମାଓ ଗତିବିଧି ନେଇ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଡିଆଇଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଏହି ଅପରେସନ ହୋଇଥିଲା ।

Get real time updates directly on you device, subscribe now.