fbpx

କିଡନି ନାଁରେ ୧୮ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ବଢିଛି । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଛି । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ । ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା । କାଲି ହିମାଂଶୁ ଭୂଷଣ ନନ୍ଦଙ୍କ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା । ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

ତେବେ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ଦୀର୍ଘ ଦିନ ଧରି ରାଜଧାନୀରେ କିଡନି ହେରଫେର୍‌ ର‌୍ୟାକେଟ୍‌ରେ ସମ୍ପୃକ୍ତ ଥିଲେ । ପ୍ରାୟ ୨ କୋଟି ଟଙ୍କା ବେପାର କରିଥିବା ପୋଲିସ ସୁରାକ୍‌ ପାଇଛି । ତାଙ୍କୁ ରିମାଣ୍ଡରେ ଆଣି ତଥ୍ୟ ଉଗାଳିବାକୁ ପୋଲିସ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.