fbpx

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୧୮ ମାସର ବକେୟା DA Arrear! ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଖୁବଶୀଘ୍ର ଏକ ଭଲ ଖବର ମିଳିବାର ସମ୍ଭାବନା ରହିଛି । ୧୮ ମାସର ମହଙ୍ଗା ଭତ୍ତା (ଡିଏ) ଏରିଅରର ରାସ୍ତା ପରିଷ୍କାର ହୋଇଯାଇଛି । ବାକିଥିବା ଏରିଅର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେବେ । ପେନସନ ସଂଗଠନ ପକ୍ଷରୁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଏଥିସହିତ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଏନେଇ ଯଦି କିଛି ନିଷ୍ପତ୍ତି ଗ୍ରହଣ କରିନ୍ତି ତେବେ କର୍ମଚାରୀ ଓ ପେନସନଧାରୀଙ୍କୁ ଆକାଉଣ୍ଟକୁ ମୋଟା ଅଙ୍କର ଅର୍ଥରାଶି ଆସିବ ।

କର୍ମଚାରୀମାନେ ୧୮ ମାସର ଡିଏ ଏରିଅର ନେଇ ନିଜର ଦାବିରେ ଅଟଳ ରହିଛନ୍ତି । ଯଦି କେନ୍ଦ୍ର କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ବକେୟା ଡିଏ ଏରିଅର ମିଳେ, ତେବେ ସେମାନଙ୍କ ଆକାଉଣ୍ଟୁ ମୋଟା ଅର୍ଥରାଶି ଆସିବ । ନ୍ୟାସନାଲ କାଉନସିଲ ଅଫ୍ ଜେସିଏମ ମୁତାବକ, ଲେବଲ-୧ କର୍ମଚାରୀଙ୍କ ଡିଏ ଏରିଅର ୧୧,୮୦୦ରୁ ୩୭,୫୫୪ ମଧ୍ୟରେ ମିଳିବ । ସେହିପରି ଲେବଲ-୧୩ କର୍ମଚାରୀଙ୍କୁ ୧,୨୩,୧୦୦ରୁ ୨,୧୫,୯୦୦ ମଧ୍ୟରେ ମିଳିବ । ଲେବଲ-୧୪ କର୍ମଚାରୀଙ୍କୁ ୧,୪୪,୨୦୦ରୁ ୨,୧୮,୨୦୦ ମଧ୍ୟରେ ମିିଳବାର ସମ୍ଭାବନା ରହିଛି ।

୧୮ ମାସର ବକେୟା ଅର୍ଥ ଏକ ବଡ଼ ଅର୍ଥରାଶି ଓ ଏହା ଜଣେ କର୍ମଚାରୀଙ୍କ ଏକମାତ୍ର ଉତ୍ସ ଅଟେ । ଏହି ଅର୍ଥରାଶିକୁ ରୋକିବା କର୍ମଚାରୀଙ୍କ ହିତରେ ଯିବ ନାହିଁ ବୋଲି ପେନସନଧାରୀଙ୍କ ପକ୍ଷରୁ କୁହାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ମସିହା ମେ’ରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଡିଏ ବୃଦ୍ଧିକୁ ରୋକା ଯାଇଥିଲା । ଏହାପରେ ୨୦୨୧ ଜୁଲାଇ ୧ରେ ଡିଏ ପୁନଃ ସ୍ଥାପିତ ହୋଇଥିଲା । ଏହା ପରଠାରୁ ପେନସନଧାରୀ ଓ କର୍ମଚାରୀଙ୍କୁ ଦୁଇଟି ଯାକ ସୁବିଧା ମିଳୁଛି । ମାତ୍ର ସେ ସମୟରେ କର୍ମଚାରୀଙ୍କୁ ୧୮ ମାସର ଡିଏର ଏରିଅର ଦିଆଯାଇ ନଥିଲା । ନିକଟରେ କେନ୍ଦ୍ର ସରକାର କର୍ମଚାରୀ ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ବକେୟା ହୋଇ ରହିଛି ।

Get real time updates directly on you device, subscribe now.