fbpx

T20 WC-2022 ରେ କେଉଁ ଖେଳାଳି ବୁମରାହଙ୍କୁ କରିବେ ରିପ୍ଲେସ? ଉତ୍ତର ରଖିଲେ ପୂର୍ବ ଅଧିନାୟକ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ତେବେ ବିଶ୍ୱକପରେ ତାଙ୍କ ସ୍ଥାନ କିଏ ନେବ, ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ରେସରେ ଦୀପକ ଚହର, ଅର୍ଶଦୀପ ସିଂହଙ୍କ ଭଳି ଅନେକ ପେସ ବୋଲର ସାମିଲ ରହିଛନ୍ତି । ସେପଟେ ମହମ୍ମଦ ଶାମୀ ଗତ ବିଶ୍ୱକପ ପରେ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି ନଥିବା ବେଳେ କିଏ ତାଙ୍କ ସ୍ଥାନ ନେବେ ସେ ନେଇ ଉଠିଛି ବଡ ପ୍ରଶ୍ନ । ତେବେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏ ନେଇ ଏକ ଉତ୍ତର ରଖିଛନ୍ତି ।

ଗାଭାସ୍କର ଲେଖିଛନ୍ତି ଯେ, “ବିଶ୍ୱକପରେ ବୁମରାହଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ନିଶ୍ଚିତ ଏକ ବଡ ଝଟକା । ମୁଁ ସମସ୍ତ ବୋଲରମାନଙ୍କ ସମ୍ମାନ କରୁଛି । କିନ୍ତୁ ମୁଁ ଏହା କହିବି ଯେ ଟିମ ଇଣ୍ଡିଆରେ ଏମିତି କୌଣସି ବୋଲର ନାହାନ୍ତି, ଯାହାଙ୍କ ଅନୁପସ୍ଥିତି ଦଳ ପାଇଁ ଏତେ ମହଙ୍ଗା ପଡିପାରେ ।” ବୁମରାହ ଖେଳିଥିବା ୨ଟି ମ୍ୟାଚରେ ଅନ୍ୟ ବୋଲରମାନଙ୍କୁ ମଧ୍ୟ ଖୁବ ସପୋର୍ଟ ମିଳିଥିଲା । ତେବେ ବୁମରାହଙ୍କ ଅନୁପସ୍ଥିତି ଭାରତର ବିଶ୍ୱକପ ସ୍ୱପ୍ନକୁ ଆହୁରି କମ୍ କରି ଦେଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଦୀପକ ଚହର ଏବଂ ଅର୍ଶଦୀପ ସିଂହ କମାଲ ବୋଲିଂ କରି ନିଜ ଦମ୍ ଦେଖାଇଥିଲେ । ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେହି ଜଣେ ବୁମରାହଙ୍କ ସ୍ଥାନକୁ କିଛି ପରିମାଣରେ କମ୍ କରିପାରେ ବୋଲି କହିଛନ୍ତି ସୁନୀଲ ଗାଭାସ୍କର ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଜରିଆରେ କମବ୍ୟାକ କରିଥିବା ବୁମରାହଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ମଧ୍ୟ ଚୟନ କରାଯାଇଥିଲା । କିନ୍ତୁ ଆହତ ହୋଇ ପ୍ରଥମେ ଏହି ସିରିଜରୁ ଏବଂ ପରେ ବିଶ୍ୱକପରୁ ମଧ୍ୟ ବାଦ ପଡିଛନ୍ତି ବୁମରାହ । ତେବେ ଏହି ପିଠି ଯନ୍ତ୍ରଣା ଯୋଗୁଁ ସେ ୨୦୧୯ରେ ମଧ୍ୟ ଦଳରୁ ୩ ମାସ ପାଇଁ ଦୂରେଇ ରହିଥିଲେ ।

Get real time updates directly on you device, subscribe now.