fbpx

Sony-ZEE ମର୍ଜର ହେବା ଫାଇନାଲ! CCI ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ମିଡ଼ିଆ କମ୍ପାନୀ ସୋନି ଓ ଜୀ’ର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରିଛି । ମାତ୍ର ଏନେଇ ସିସିଆଇ ପକ୍ଷରୁ କିଛି ସର୍ତ୍ତାବଳୀ ରଖାଯାଇଛି । କିଛି ସୁଧାର କରାଯିବା ସହ ମଞ୍ଜୁରୀ ଦିଆଯାଇଥିବା ନେଇ ସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରସ୍ତାବିତ ବିଲୟର ଘୋଷଣା ଗତବର୍ଷ ସେପ୍ଟେମ୍ବର ମାସରେ କରାଯାଇଥିଲା ।

ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ (ଜୀ) ଓ ବଙ୍ଗଳା ଏଣ୍ଟରଟେନେମେଣ୍ଟ ପ୍ରାଇଭେଟ ଲିଃ (ବିଇପିଏଲ)ର କଲଭେର ମ୍ୟାକ୍ସ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିଃ (ସିଏମଇ) ସହିତ ମିଶ୍ରଣକୁ କିଛି ସୁଧାର ସହ ମଞ୍ଜୁରୀ ଦିଆଯାଇଛି । େତେବ ବର୍ତ୍ତମାନ ମଞ୍ଜୁରୀର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନାହିଁ ।

ଏକ ସୂତ୍ର ମୁତାବକ, ଏହି ବୁଝାମଣାର ଖରାପ ପ୍ରଭାବ ପଡ଼ିପାରେ ବୋଲି ସିସିଆଇ ପ୍ରଥମରୁ ଏହି ନିଷ୍କର୍ଷରେ ପହଞ୍ଚିଥିଲା । ଏହାପରେ ଦୁଇ ପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଥିଲା । ତା’ପରେ ଦୁଇ ପକ୍ଷ ନିଜ ଇଚ୍ଛା ମୁତାବକ କିଛି ପ୍ରସ୍ତାବ ଦାଖଲ କରିଥିଲେ । ତାହାକୁ ସିସିଆଇ ସ୍ୱୀକାର କରିନେଇଥିଲା । ଏକ ନିଶ୍ଚିତ ସୀମାଠାରୁ ଅଧିକ ମିଶ୍ରଣ ନେଇ ସିସିଆଇ ମଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ । ଏବେ ସିସିଆଇ ମଞ୍ଜୁରୀ ମିଳିବା ପରେ ଦୁଇ କମ୍ପାନୀଙ୍କ ମର୍ଜ ହେବାର ରାସ୍ତା ପରିସ୍କାର ହୋଇଯାଇଛି ।

Get real time updates directly on you device, subscribe now.