fbpx

What a Love Story! ତୋତେ ୭୮କୁ ମୋତେ ୧୮, ଆ ପକାଇବା ପ୍ରେମ ଶଟର

ନୂଆଦିଲ୍ଲୀ: ଆଜିକାଲିର ସମାଜରେ ବିବାହକୁ ନେଇ ବୟସ ବାଧା ସାଜୁନାହିଁ । ଅନେକ ସମୟରେ ଅଧିକ ବୟସର ପୁରୁଷ, ମହିଳାମାନେ ବହୁତ କମ୍ ବୟସର ସାଥୀଙ୍କ ସହ ବିବାହ କରୁଛନ୍ତି । ଏପରି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି । ଜଣେ ୭୮ ବର୍ଷୀୟ ବୃଦ୍ଧ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିରଳ ଲଭ ଷ୍ଟୋରୀଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି । ନିଜଠାରୁ ୬୦ ବର୍ଷ ବଡ଼ ଜଣେ କୃଷକଙ୍କ ସହ ଲଭ୍ ମ୍ୟାରେଜ କରିଛନ୍ତି ଜଣେ ୧୮ ବର୍ଷୀୟା ଯୁବତୀ ।

ସୋସିଆଲ ମିଡ଼ିଆରେ ଏଭଳି ଏକ ଲଭ୍ ମ୍ୟାରେଜକୁ ନେଇ ବହୁତ ଚର୍ଚ୍ଚା ହେଉଛି । ପ୍ରେମୀଯୁଗଳ ୩ ବର୍ଷ ଧରି ରିଲେସନସିପରେ ରହିବା ପରେ ଶେଷରେ ପରସ୍ପରକୁ ବିବାହ କରିଥିଲେ । ବିବାହ ପରେ ଏବେ ଖୁବଶୀଘ୍ର ପ୍ରେମୀଯୁଗଳ ନିଜର ନୂଆ ପରିବାର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅବସରରେ ସେମାନଙ୍କର ବନ୍ଧୁ, ପରିଜନମାନେ ବିବାହର ଶୁଭକାମନା ଜଣାଇଛନ୍ତି ।

ଫିଲିପାଇନ୍ସରେ ଏଭଳି ଏକ ଲଭ୍ ମ୍ୟାରେଜ ଦେଖିବାକୁ ମିଳିଛି । ତେବେ ସେଠାରେ ଏଭଳି ଏଜ୍ ଗ୍ୟାପିଂ ମ୍ୟାରେଜ ଅତି ସାଧାରଣ କଥା । ମାତ୍ର ଆମକୁ ତାହା ଅସାଧାରଣ ମନେହୁଏ । ଏହି ବିବାହ ପାଇଁ ଉଭୟ ବର ଓ କନ୍ୟା ପକ୍ଷଙ୍କ ସହମତି ରହିଥିଲା । ପ୍ରଥମେ ଯୁବତୀ ଜଣଙ୍କ ନିଜର ହୃଦୟ ତାଙ୍କ ପ୍ରେମିକଙ୍କୁ ଦେଇସାରିଥିଲେ । ପୂର୍ବରୁ ବୃଦ୍ଧ ଜଣଙ୍କ ବିବାହ ନକରି ସିଙ୍ଗଲ ରହିଥିଲେ । ତେଣୁ କନ୍ୟାଙ୍କ ପରିବାରବର୍ଗ ଏହି ବିବାହରେ ରାଜି ହୋଇଯାଇଥିଲେ ।

Get real time updates directly on you device, subscribe now.