fbpx

3rd T-20: ଭାରତକୁ ୨୨୮ ରନର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଭାରତ ଆଗରେ ରନର ପାହାଡ଼ ଛିଡ଼ା କରିଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ୨୨୮ ରନର ଟାର୍ଗେଟ୍ ଦେଇଛି । ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା । ଓପନର କ୍ୱିଣ୍ଟନ ଡି’କକ ୬୮ (୪୩) ରନ ସଂଗ୍ରହ କରିଥିବା ବେଳେ ଟେମ୍ବା ବାଭୁମା ମାତ୍ର ୩ ରନରେ ଆଉଟ୍ ହୋଇଥିଲେ । ଏହା ପରେ କ୍ରିଜକୁ ଆସିଥିବା ରିଲେ ରୋସଉ ବ୍ୟାଟିଂରେ ଝଡ଼ ତୋଫାନ ମଚାଇଥିଲେ । ସେ ମାତ୍ର ୪୮ଟି ବଲରେ ୭ଟି ଚୌକା ଓ ୮ଟି ଛକା ସହାୟତାରେ ଶତକ ଅର୍ଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରିଷ୍ଟନ ଷ୍ଟବସ ୨୩ କରି ଆଉଟ୍ ହୋଇଥିବା ବେଳେ ଓ ଗତ ମ୍ୟାଚରେ ଶାନଦାର ପ୍ରଦର୍ଶନ କରିଥିବା ଡେଭିଡ୍ ମିଲର ୧୯ ରନ କରି ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଦିପକ ଚହର ଓ ଉମେଶ ଯାଦବ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଡି’କକଙ୍କୁ ରନ୍ ଆଉଟ୍ କରାଇଥିଲେ ଶ୍ରେୟସ ଆୟର ଓ ରିଷଭ ପନ୍ତ । ପ୍ରଥମ ଦୁଇଟି ମ୍ୟାଚରେ ଭାରତ ବିଜୟ ଲାଭ କରି ସିରିଜରେ ୨-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚରେ ଅôଧନାୟକ ରୋହିତ ଶର୍ମାଙ୍କ ବାହିନୀ ସିରିଜକୁ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି ।

Get real time updates directly on you device, subscribe now.