fbpx

(Video) ପିତା ସାମ୍ନାରେ ୧୮ ବର୍ଷର ଝିଅକୁ ଉଠାଇନେଲେ: ସିସିଟିଭିରେ କଏଦ୍ ହେଲା ଅପହରଣର ଦୃଶ୍ୟ

AAKASH

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ଅପହରଣର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପିତା ସାମ୍ନାରେ ହିଁ ତାଙ୍କ ଝିଅର କିଡ଼ନାପ୍ ହୋଇଛି । ଏହି ପୂରା ମାମଲା ସିସିଟିଭିରେ କଏଦ୍ ହୋଇଛି । ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାର ଏକ ଗାଁରେ ସକାଳ ସାଢ଼େ ୫ଟାରେ ଘଟିଛି । ଝିଅଟି ନିଜ ପିତା ସହ ମନ୍ଦିରରୁ ଫେରୁଥିବା ସମୟରେ ତାକୁ ଅପରହଣ କରିଥିବା ଜଣାପଡିଛି ।

ଏହି ମାମଲାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ମନ୍ଦିରରୁ ଫେରୁଥିବା ସମୟରେ ୧୮ ବର୍ଷୀୟ ଝିଅକୁ ୪ ଜଣ ଲୋକ ଜବରଦସ୍ତି କାରରେ ବସାଇ ନେଇଯାଇଛନ୍ତି । ସେଠାରେ ଥିବା ପିତା କାର ପଛରେ ଧାଇଁଲେ ବି ଝିଅକୁ ବଞ୍ଚାଇ ପାରିନଥିଲେ । ସିସିଟିଭରେ ଦେଖିବାକୁ ମିଳିଛି କି, ୪ ଜଣ ବ୍ୟକ୍ତି ଏକ କାରରେ ଆସି ସେଠାରେ ପହଞ୍ଚିଥିଲେ । ୨ ଜଣ ସେଥିରୁ ବାହାରକୁ ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ଜବରଦସ୍ତି କାରରେ ବସାଇଥିଲା । ସେହି ସମୟରେ ଅନ୍ୟ ଜଣେ ଝିଅର ପିତାଙ୍କୁ ଧରିପକାଇଥିଲା । ଏହା ପରେ ୨ ଅଭିଯୁକ୍ତ କାରରେ ବସିପଡ଼ି ସେଠାରୁ ଚାଲିଯାଇଥିଲେ । ଝିଅର ପିତା କାର ପଛରେ ଧାଇଁଥିଲେ ହେଁ କାରଟି ଦ୍ରୁତ ଗତିରେ ସେଠାରୁ ଚାଲିଯାଇଥିଲା ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, କିଡନାପରେ ୪ ଅଭିଯୁକ୍ତ ସାମିଲ ଅଛନ୍ତି । ଯାଞ୍ଚରୁ ଜଣାପଡିଛି ଯେ, ଝିଅଟି କିଛି ଦିନ ପୂର୍ବରୁ ନିଜ ପ୍ରେମୀ ସହ ଫେରାର ମାରିଥିଲା । ସେବେ ସେ ନାବାଳିକା ଥିବାବେଳେ ଏବେ ତାକୁ ୧୮ ବର୍ଷ ହୋଇଯାଇଛି । ଏହି କିଡନାପିଂ ପଛରେ ପ୍ରେମୀର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.