fbpx
BSKY
BJD MS SKY
BJD YOUTH SKY

ଦୁଇ ବର୍ଷ ପରେ ୟୁନିଟ-୧ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଲା ସର୍ଗୀଫୁଲ ଉତ୍ସବ; ୨୩ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକର ରାଜ୍ୟସ୍ତରୀୟ ଛାତ୍ର ମହୋତ୍ସବ ‘ସର୍ଗୀଫୁଲ’ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଉତ୍ସବର ଉଦଘାଟନ କରିଥିଲେ ।

ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇ ପାରି ନଥିଲା । ଆଜି ଏହି ମହୋତ୍ସବ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଦାଳୟରେ ପଢ଼ୁଥିବା ବିଭିନ୍ନ ଜିଲ୍ଲାର ୧୦୫୦ ଜଣ ଛାତ୍ରଛାତ୍ରୀ ଏବଂ ୭୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ଡିସେମ୍ବର ୨୩ ତାରିଖ ଦିନ ଉଦଯାପନୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ ।

Get real time updates directly on you device, subscribe now.