fbpx

ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ୧୨୩ ଗ୍ରୁପ୍-ବି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC

ଭୁବନେଶ୍ୱର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ପୋଷ୍ଟ ଗ୍ରାଜୁଏଟ୍ ସ୍ତରର ନିଯୁକ୍ତି ପରୀକ୍ଷା ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଜାନୁଆରୀ ୧୯ ପର୍ଯ୍ୟନ୍ତ www.ossc.gov.in/ରେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ଓଏସଏସସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ-କମ-ଜୁନିଅର ଷ୍ଟୋରକିପର, ଜୁନିଅର ଷ୍ଟୋରକିପର, କ୍ଲର୍କ-କମ-ଲାଇବ୍ରେରିଆନ ନିଯୁକ୍ତି ପାଇଁ ଏହି ମିଳିତ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ ।

ନିଯୁକ୍ତି ପାଇଁ ବୟସ ସୀମା: ପ୍ରାର୍ଥୀମାନେ ଜାନୁୟାରୀ ୧, ୨୦୨୨ ସୁଦ୍ଧା ୨୧ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଖାଲିଥିବା ପଦବୀ ବିବରଣୀ: ବିଭିନ୍ନ ବିଭାଗ ଅଧୀନରେ ୧୨୩ ଗ୍ରୁପ୍ ବି ମିଳିତ ପୋଷ୍ଟ ଗ୍ରାଜୁଏଟ୍ ସ୍ତର ବିଶେଷଜ୍ଞ ପଦ/ସେବା ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ହେବ ।

କିପରି ହେବ ନିଯୁକ୍ତି ପରୀକ୍ଷା: ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ: ପ୍ରିଲିମିନାରୀ ପରୀକ୍ଷା, ମେନ୍ ଲିଖିତ ପରୀକ୍ଷା, ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ।

ଆବେଦନ କରିବାକୁ ଇଚ୍ଚୂକ ପ୍ରାର୍ଥୀମାନେ ସିଧାସଳଖ ଓଏସଏସସିର ଅଫିସିଆଲ ୱେବସାଇଟ୍ ଲିଙ୍କ୍‌ରେ ଯାଇ ଆବେଦନ କରିପାରିବେ ।

ଆବେଦନ ଆରମ୍ଭ ତାରିଖ: ୨୨ ଡିସେମ୍ବର ୨୦୨୨ ।
ଆବେଦନର ଶେଷ ତାରିଖ: ୨୧ ଜାନୁଆରୀ, ୨୦୨୩ ।

Get real time updates directly on you device, subscribe now.