fbpx

ଇଡକଲ୍ ଡିଏମ ଗୟା ସାନ୍ତରାଙ୍କ ସମ୍ପତ୍ତି ଠାବ; ୪ଟି ଆକାଉଣ୍ଟରେ ରହିଛି ୩ କୋଟି

ଭୁବନେଶ୍ୱର: ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ଦ୍ୱାରା ସାନ୍ତରାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । ୧୬ଟି ବ୍ୟାଙ୍କ ଆକାଉଣ୍ଟରୁ ୪ଟି ଆକାଉଣ୍ଟ ଯାଞ୍ଚ ହୋଇଛି । ଏହି ୪ଟି ଆକାଉଣ୍ଟରେ ୩ କୋଟି ଟଙ୍କା ରହିଥିବା ସୂଚନା ମିଳିଛି । ଅନ୍ୟ ସମସ୍ତ ଆକାଉଣ୍ଟ ଯାଞ୍ଚ ହେବା ଜାରି ରହିଛି । ଗୟା ସାନ୍ତରାଙ୍କ ୨ଟି ୪ ଚକିଆ ଏବଂ ୪ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଗୋଟିଏ ହୁଣ୍ଡାଇ କ୍ରେଟା ଓ ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଗାଡ଼ି ମଧ୍ୟ ଠାବ ହୋଇଛି । ସେହିପରି ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ରେ ଥିବା ୧୩ଟି ପ୍ଲଟ ମଧ୍ୟ ଠାବ ହୋଇଛି । ଭିଜିଲାନ୍ସ ଦ୍ୱାରା ସାନ୍ତରାଙ୍କ ୨ଟି ବହୁତଳ କୋଠା ମଧ୍ୟ ଠାବ ହୋଇଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି । ତେବେ ବାସଭବନ ଏବଂ ଅଫିସ ସମେତ ମୋଟ ୭ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ଏହି ଚଢାଉରେ ୭ଟି ଡିଏସପି, ୪ଜଣ ଇନ୍ସପେକ୍ଟର ଜଣେ ସବଇନ୍ସପେକ୍ଟର ଏବଂ ୭ ଜମ ଏସଆଇ ସାମିଲ ଅଛନ୍ତି ।

Get real time updates directly on you device, subscribe now.