fbpx

NCERT ପାଠ୍ୟପୁସ୍ତକରେ ପଢ଼ାଯିବ ଶ୍ରୀମଦ୍ ଭଗବଦ୍ ଗୀତା: କେନ୍ଦ୍ର

ନୂଆଦିଲ୍ଲୀ: ଏନସିଆରଟି ପାଠ୍ୟପୁସ୍ତକରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଏକାଦଶ ତଥା ଦ୍ୱାଦଶ ସଂସ୍କୃତ ପାଠ୍ୟପୁସ୍ତକରେ ଏହାର ଶ୍ଲୋକା ସାମିଲ କରାଯିବ । ଏନେଇ ସୋମବାର ଦିନ ଲୋକସଭାକୁ ସୂଚନା ଦିଆଯାଇଛି ।

ଏକ ଲିଖିତ ଉତ୍ତରରେ ଶିକ୍ଷା ରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ, ଆନ୍ତଃବିଭାଗୀୟ ତଥା ଟ୍ରାନ୍ସ-ଡିସିପ୍ଲିନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ୨୦୨୦ ମସିହାରେ ଅଖିଳ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ଡିଭିଜନ ପ୍ରତିଷ୍ଠା କରିଛି । ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ର ସମସ୍ତ ଦିଗ ଉପରେ ଗବେଷଣା, ପରବର୍ତ୍ତୀ ଅନୁସନ୍ଧାନ ଏବଂ ସାମାଜିକ ପ୍ରୟୋଗ ପାଇଁ ଆଇକେଏସ୍ ଜ୍ଞାନକୁ ସଂରକ୍ଷଣ ଏବଂ ବିସ୍ତାର କରିବାର ଲକ୍ଷ୍ୟ ରହିଛି ।

ସେ କହିଛନ୍ତି ଯେ, ଜାତୀୟ ଶିକ୍ଷା ପରିଷଦ ଢ଼ାଞ୍ଚା ବିକାଶ ପାଇଁ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ପଦକ୍ଷେପ ନେଇଛି, ଯେଉଁଠାରେ ତୃଣମୂଳ ସ୍ତରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ବିଭିନ୍ନ ହିତାଧିକାରୀଙ୍କଠାରୁ ଇନପୁଟଗୁଡିକ ନିଆଯାଇଛି ।

ସେ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (ଏନଇପିଚ) ୨୦୨୨ ପାରା ୪.୨୭ ଭାରତର ପାରମ୍ପାରିକ ଜ୍ଞାନକୁ ବୁଝାଏ, ଯାହା ସ୍ଥାୟୀ ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଚେଷ୍ଟା କରେ । ସେ କହିଛନ୍ତି ଯେ ଏହି ଶତାବ୍ଦୀରେ ଜ୍ଞାନ ଶକ୍ତି ବଢ଼ାଇବାକୁ ହେଲେ ଆମକୁ ଆମର ଐତିହ୍ୟକୁ ବୁଝିିବାକୁ ପଡ଼ିବ ଓ ଦୁନିଆକୁ କାମ କରିବା ପାଇଁ ‘ଭାରତୀୟ ପଦ୍ଧତି’ ଶିଖାଇବାକୁ ହେବ ।

Get real time updates directly on you device, subscribe now.