fbpx
BJD SKY
BJD SKY

Video: କେଶରେ ବନାଇଲେ କ୍ରିସମାସ୍ ଟ୍ରି; ୯ ଫୁଟ ଉଚ୍ଚର ହେୟାରଷ୍ଟାଇଲ କରି ଭାଙ୍ଗିଲେ ୱାର୍ଲ୍ଡ ରେକର୍ଡ

BJD

ନୂଆଦିଲ୍ଲୀ: ଜଣାଶୁଣା ହେୟାର ଷ୍ଟାଇଲଷ୍ଟ ଡାନି ହିସୱାନି ଉଚ୍ଚତମ ହେୟାର ଷ୍ଟାଇଲ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ହିସୱାନି ଆଶ୍ଚର୍ଯ୍ୟଜନକ ଭାବରେ ଚଳିତ ବର୍ଷ ୧୬ ସେପ୍େଟମ୍ବରରେ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସରେ କ୍ରିସମାସ୍ ଟ୍ରି ଆକାରରେ ଜଣେ ମହିଳାଙ୍କ କେଶକୁ ଷ୍ଟାଇଲ କରିଥିଲେ । ତେବେ ଏହି ହେୟାର ଷ୍ଟାଇଲର ଉଚ୍ଚତା ୨.୯୦ ମିଟର ଅର୍ଥାତ ୯ ଫୁଟ ୬.୫ ଇଞ୍ଚର ବୋଲି ଜଣା ପଡ଼ିଛି । ଡାନି ହିସୱାନି ସିରିଆର ବାସିନ୍ଦା ଭାବେ ବେଶ ଜଣାଶୁଣା ।

ଗୁରୁବାର ଦିନ ଗିନିଜ ୱାର୍ଲ୍ଡ ରେକର୍ଡ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଏକ ଭିଡିଓକୁ ସେୟାର କରିଛି । ଭିଡିଓରେ ଜଣେ ମହିଳା ହେଲମେଟ ପିନ୍ଧିଛନ୍ତି । ଏବଂ ହେୟାର ଷ୍ଟାଇଲିଷ୍ଟ ମାନେ ତାଙ୍କ କେଶରେ କ୍ରିସମାସ୍ ଟ୍ରି ତିଆରି କରୁଥିବା ଦେଖିବାକୁ ମିଳିଛି । ହିସୱାନି ଏହି ହେୟାର ଷ୍ଟାଇଲ ତିଆରି କରିବା ପାଇଁ ଏକ ୱିଗ୍ ଏବଂ ହେୟାର ଏକ୍ସଟେନ୍ସନ୍ ବ୍ୟବହାର କରିଥିଲେ । କ୍ରିସମାସ୍ ବଲଗୁଡିକ ସଜାଇବା ପାଇଁ ବ୍ୟବହୃତ ହୋଇଥିଲା ।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ହିସୱାନି ପୂର୍ବରୁ ଜଣେ ମହିଳାଙ୍କ କେଶରେ ଏକ ଛୋଟ କ୍ରିସ୍ମାସ ଟ୍ରି ତିଆରି କରିଥିଲେ । କିନ୍ତୁ କ୍ରିସ୍ମାସ ଟ୍ରି ଆକାରରେ ଉଚ୍ଚତମ ହେୟାର ଷ୍ଟାଇଲ ତିଆରି କରି ନିଜକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଥିଲେ ହିସୱାନୀ । ଯାହାଫଳରେ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।
ସାତ ବର୍ଷ ପୂର୍ବେ ଡାନି ଫ୍ୟାସନରେ ପ୍ରବେଶ କରିଥିଲେ ଏବଂ କେଶ ସହିତ ନିଜର ପ୍ରତିଭା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ସେ ବିଶ୍ୱାସ କରନ୍ତି ଯେ ହେୟାର ଷ୍ଟାଇଲ୍ ଏକ ସେବାଠାରୁ ଅଧିକ ଏବଂ ଏହା ଏକ କଳା ଅଟେ । ତେବେ ଏହି ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ।

Get real time updates directly on you device, subscribe now.