fbpx

ସରିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ନିର୍ଦ୍ଧାରଣ ହେବ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

AAKASH

ଭୁବନେଶ୍ୱର: ରାଜ୍ୟରେ ଆଉ ୧ଦିନ ପରେ ୩ୟ ପର୍ଯ୍ୟାୟ ମତଦାନ ହେବ । ଏହାରି ମଧ୍ୟରେ ଏଥିପାଇଁ ଗୁରୁବାର ଦିନ ପ୍ରଚାର ଶେଷ ହୋଇଛି । ଏହି ୩ଦିନ ମଧ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସ ଖୁବ ଜୋରରେ ପ୍ରଚାର କରିଛନ୍ତି । ତେବେ ୨୫ ତାରିଖ ଦିନ ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ୪୪୭ ଜଣ ପ୍ରାର୍ଥୀଙ୍କୁ ୯୪ଲକ୍ଷ ୪୮ ହଜାର ୫୫୩ ମତଦାତା ଭୋଟ ଦେବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଶନିବାର ଦିନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ନିର୍ବାଚନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏଥିସହ ସୁରକ୍ଷାରେ ରାଜ୍ୟ ପୋଲିସ ମଧ୍ୟ ଦାୟିତ୍ୱରେ ରହିବେ ।

ଉପରୋକ୍ତ ୬ଟି ସଂସଦୀୟ କ୍ଷେତ୍ରରେ ୯ ଜଣ ମହିଳାଙ୍କ ସମେତ ମୋଟ ୬୪ ଜଣ ସାଂସଦ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୪୪ ଜଣ ମହିଳା ପ୍ରାର୍ଥୀ ଏବଂ ୩୮୩ ଜଣ ପୁରୁଷ ପ୍ରାର୍ଥୀଙ୍କର ୨୫ ତାରିଖରେ ଭାଗ୍ୟ ପରୀକ୍ଷା ହେବ ।

Get real time updates directly on you device, subscribe now.