fbpx

୧୩ ତାରିଖ ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଡ୍ରଇଙ୍ଗ ରୁମରେ କ’ଣ ଘଟିଥିଲା? ପ୍ରଥମ ଥର ପାଇଁ ନିଜ ମୁହଁରେ ଖୁଲାସା ସ୍ୱାତୀ ମାଲିୱାଲ

AAKASH

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିିୱାଲଙ୍କ ଘରେ ଆପ ସାଂସଦ ସ୍ୱାତୀ ମାଲ୍ରିିୱାଲଙ୍କୁ ଅକ୍ରମଣ ହୋଇଥିବା ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦିଲ୍ଲୀ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ଏହି ମାମଲାରେ ବିଜେପି ଏବଂ ଏନଡିଏ ଆପକୁ ସିଧା ସଳଖ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ସ୍ୱାତୀ ମାଲ୍ରିିୱାଲ ପ୍ରଥମ ଥର ପାଇଁ ୧୩ ମେ ରେ ଘଟିଥିବା କଥାକୁ ଖୋଲାଖୋଲି ଭାବେ କହିଛନ୍ତି । ଏକ ନ୍ୟୁଜ ଏଜେନ୍ସି କଥାବର୍ତ୍ତା ସମୟରେ ସ୍ୱାତୀ ମାଲ୍ରିିୱାଲ ସଂପୂର୍ଣ୍ଣଭାବେ ଘଟିଥିବା ଘଟଣାକୁ କହିଛନ୍ତି ।

ନ୍ୟୁଜ ଏଜେନ୍ସି ସହ ପୋଡକାଷ୍ଟ ଇଣ୍ଟରଭ୍ୟୁରେ ସ୍ୱାତୀ ମାଲ୍ରିିୱାଲ କହିଛନ୍ତି ଯେ, ୧୩ ମେ ସକାଳ ୯ଟାରେ ସେ ଅରବିନ୍ଦ କେଜ୍ର୍ରିିୱାଲଙ୍କ ଆବାସରେ ପହଞ୍ଚିଥିଲେ । ଷ୍ଟାଫ ସମ୍ମାନର ସହ ତାଙ୍କୁ ନେଇ ଡ୍ରଇଙ୍ଗ ରୁମରେ ବସାଇଲେ ।

ତାଙ୍କ କହିବାନୁ୍‌ାୟୀ, ‘ସେଠାରେ ମୋତେ କୁହାଗଲା ଅରବିନ୍ଦ କେଜ୍ର୍ରିିୱାଲ ଘରେ ଅଛନ୍ତି ଏବଂ ସେ ମୋତେ ଭେଟିବାକୁ ଆସୁଛନ୍ତି । ଏହି ସମୟରେ ବିଭବ କୁମାର ଆସିଲେ ଖୁବ ଜୋରରେ ରାଗିକି । ତାଙ୍କୁ ସେଠାରେ ମୁଁ ପଚାରିଲି ଭାଇ କଣ ହେଲା । ମାନେ ଅରବିନ୍ଦ କେଜ୍ର୍ରିିୱାଲ ଆସୁଛନ୍ତି ତ? ଏତିକି କହିବା ମାତ୍ରେ ସେ ମୋ ହାତକୁ ଛିଞ୍ଚାଡି ଦେଲେ । ସେ ମୋତେ ସେଠାରେ ୭ରୁ୮ ଚାପୁଡା ମାରିଲେ । ଯେତେବେଳେ ମୁଁ ତାଙ୍କୁ ଧକ୍କା ଦେବାକୁ ଚେଷ୍ଟା କଲି ସେ ମୋ ପାଦ ଘୋଷାଡି ମୋତେ ତଳେ ଘୋଷାଡିଲେ । ମୋ ମୁଣ୍ଡକୁ ସେଠାରେ ଥିବା ଟେବଲରେ ମାଡିଦେଲେ, ଏହାପରେ ମୁଁ ତଳେ ପଡିଗଲି । ସେ ମୋତେ ଗୋଇଠା ମାରିବା ଆରମ୍ଭ କରିଦେଲେ । ମୁଁ ବହୁତ ଜୋରରେ ଚିଲାଇ ହେଲପ ମାଗୁଥିଲି । ହେଲେ କେହି ସାହାଯ୍ୟ କରିବା ପାଇଁ ଆସିଲେ ନାହିଁ ।’

Get real time updates directly on you device, subscribe now.