fbpx

ଆଜି ଭୁବନେଶ୍ୱରୁ ୧୯ ପଜିଟିଭ୍

ଭୁବନେଶ୍ୱର,୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିପଡିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ହୋଇଛନ୍ତି ।

ତେବେ କ୍ୱାରେଣ୍ଟାଇନ ସେଣ୍ଟରରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବରଗଡ, ଝାରପଡା, ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଘାଟିକିଆରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.