fbpx
BJD
BJD SKY
BJD SKY

ରାଜ୍ୟରେ ଟିକା ଅଭାବ ହେବ ଦୂର: ଭୁବନେଶ୍ୱର ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା, ଆଜି ଆଉ ୮ଲକ୍ଷ ଟିକା ଆସିପାରେ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ପହଞ୍ଚିଛି ୧ ଲକ୍ଷ କୋଭିସିଲ୍ଡ ଟିକା । ଶୁକ୍ରବାର ଆଉ ୮ଲକ୍ଷ ଟିକା ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଟିକା ଅଭାବରୁ ସମସ୍ୟା ଦେଖାଦେଇଥିଲା । ବୁଧବାର ରାଜ୍ୟକୁ ଟିକା ଆସିବାର ଥିଲେ ମଧ୍ୟ ଆସିନଥିଲା । ଗୁରୁବାର ଟିକା ପହଞ୍ଚିଥିବାରୁ ଟିକା ସମସ୍ୟା କିଛିମାତ୍ରରେ ଦୂର ହୋଇଛି ।

Get real time updates directly on you device, subscribe now.