fbpx

ବ୍ୟାଙ୍କ ଆଗରୁ ୨ଲକ୍ଷ ୩୦ହଜାର ଟଙ୍କା ଲୁଟ୍

କେନ୍ଦୁଝର,୨୪ ।୯(ଓଡିଶା ଭାସ୍କର): ବ୍ୟାଙ୍କ ଆଗରୁ ଟଙ୍କା ଲୁଟ୍ । କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଡିସିବି ବ୍ୟାଙ୍କ ଆଗରୁ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟେରା ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ତେବେ ଯଯାତି ବେହେରା ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ କାରରୁ ଏହି ଟଙ୍କା ଲୁଟ୍ ହୋଇଥିଲା । ସେ କାର୍‌ରେ ୧୦ ଲକ୍ଷ ଟଙ୍କା ନେଇ ଆସିଥିଲେ। ସେଥିରୁ ୨ ଲକ୍ଷ ୩୦ ହଜାର ଟଙ୍କା କାରରେ ତାଙ୍କ ଭାଇଙ୍କ ପାଖରେ ଛାଡ଼ି ବାକି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଇଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ଏକ ପଲସର ବାଇକ୍‌ରେ ଆସି କାରରେ ଥିବା ତାଙ୍କ ଭାଇଙ୍କ ସହ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ମଝିରେ ଜଣେ ବ୍ୟକ୍ତି କାର୍‌ରୁ ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଲୁଟର ଶିକାର ହେବା ପରେ ବ୍ୟବସାୟୀ ଯଯାତି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଯଯାତିଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.