fbpx
BSKY
BJD MC SKY
BJD YOUTH SKY

ଓଡିଶାରେ ପହଞ୍ଚିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଜି ଓଡିଶାରେ ପହଞ୍ଚିଛି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିସାରିଛି ଟିକା । ପହଞ୍ଚିବା ପରେ ଜିଲ୍ଲାଗୁଡିକୁ ଟିକା ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାଗୁଡିକରୁୁ ଟିକା ଗାଡି ଆସି ଭୁବନେଶ୍ୱରରେ ମଧ୍ୟ ପହଞ୍ଚି ସାରିଛି । ଆସନ୍ତାକାଲିଠାରୁ ୧୪ ଏପ୍ରିଲ ଯାଏଁ ‘ଟିକା ଉତ୍ସବ’ ପାଳନ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତେବେ ଟିକା ନେଲେ ବି କରୋନା ହେବାର ସମ୍ଭାବନା ରହିଛି । କିନ୍ତୁ ରୋଗୀଙ୍କୁ ସିରିଅସନେସରୁ ରୋକିବ ଟିକା । ଟିକା ଅଭାବ ଯୋଗୁଁ ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସେହି ୨ଟି ଜିଲ୍ଲା ଯଥା- ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ ରହିଥିଲା ବୋଲି ଗତକାଲି ବିଜୟ ପାଣିଗ୍ରାହୀ କହିଥିଲେ ।

Get real time updates directly on you device, subscribe now.