fbpx

ସେକ୍ସ ରାକେଟ୍ ଘଟଣାରେ ଆଉ ୨ ଦଲାଲ ଗିରଫ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ୫ ବାଂଲାଦେଶୀ ଦେହଜୀବୀ ଗିରଫ ହେବା ଘଟଣାରେ ଆଜି ଆଉ ୨ଜଣ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଣୀ ମହୁମାଛିର ମ୍ୟାନେଜର ରାଜୁ ସହିତ ପ୍ରଶାନ୍ତ ପରିଡା ନାମକ ଜଣେ ଦଲାଲକୁ ପୋଲିସ ଗିରଫ କରିଛି । ବାଂଲା ଯୁବତୀଙ୍କୁ ଭୁବନେଶ୍ୱର ଆଣିବା ପଛରେ ରାଜୁର ହାତ ଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

ଗତକାଲି ସେକ୍ସ କାରବାର ଚାଲିଥିବା ସନ୍ଦେହରେ ପୁରୁଣା ଭୁବନେଶ୍ୱରର ଏକ ଘରେ ଚଢାଉ କରିଥିଲା ଏସଟିଏଫ । ଘରୁ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ସେକ୍ସ ରାକେଟ୍ ଚଳାଉଥିବା ଦିଦି ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.