fbpx

ଟପ୍ ମାଓନେତା ପାପାରାଓ ମୃତ !

ମାଲକାନଗିରି,୨୨ ।୧(ଓଡିଶା ଭାସ୍କର): ଟପ୍ ମାଓନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲା ପାପାରାଓ । କିଡନୀ ରୋଗରେ ପାପାରାଓର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ କିଛି ଦିନ ଧରି ଅସୁସ୍ଥ ଥିଲା ପାପାରାଓ । ତାଙ୍କ ନାଁରେ ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ ସରକାର । ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲା । ଏହି ଆକ୍ରମଣରେ ୭୬ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.