fbpx

ଶ୍ରମିକଙ୍କ ଉପରେ ମାଡିଗଲା କାର୍: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ,୨୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡ ରାଜଗାଙ୍ଗପୁର ରାମାବାହାଲରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ଶ୍ରମିକଙ୍କ ଉପରେ ଆଉ ଏକ କାର ମାଡିଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଡିଭାଇଡର ଟପି କାର୍ଯ୍ୟରତ ଶ୍ରମିକଙ୍କ ଉପରେ କାରଟି ନିଜର ଭାରସାମ୍ୟ ହରାଇ ମାଡିଯାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.