fbpx

ଆଜି ଅପରାହ୍ନରେ ଆସିବ ରେଜଲ୍ଟ ; +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳାଫଳ । ଏହା ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇବ । ଅପରାହ୍ନ ୪ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀ www.odisharesults.nic.in ୱେବସାଇଟରୁ ମଧ୍ୟ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ଗତମାସ ଅର୍ଥାତ୍ ମେ ମାସ ୩୧ ତାରିଖରେ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ପୁଅମାନଙ୍କ ଅପେକ୍ଷା ଝିଅ ଅଧିକ ଭଲ କରିଥିଲେ । ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮ ପ୍ରତିଶତ ରହିଥିଲା । ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅଙ୍କ ପାସ୍ ହାର ଥିବା ବେଳେ ପୁଅଙ୍କ ପାସ୍ ହାର ୮୯.୫୨ ପ୍ରତିଶତ ରହିଥିଲା ।

 

Get real time updates directly on you device, subscribe now.