fbpx

ଦୁଇ ଯାଆଁଳା ଭାଇଙ୍କ ସଲୀଳ ସମାଧି

କେନ୍ଦୁଝର, ୪ା୬(ଓଡ଼ିଶା ଭାସ୍କର): କେନ୍ଦୁଝର ସ୍ଥିତ ତୁରୁମୁଙ୍ଗା ଥାନା ବୁଢ଼ାଖମଣ୍ଡ ବାଙ୍କସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଦୁଇ ଯାଆଁଳା ଭାଇ ଖେଳୁଥିବା ବେଳେ ଗାଡ଼ିଆରେ ବୁଡ଼ିଯାଇଥିଲେ । ସେମାନଙ୍କ ବୟସ ପାଖାପାଖି ୬ବର୍ଷ ହୋଇଥିବା ସୂଚନା ମିଳିଛି । ଗାଡ଼ିଆରେ ବୁଡ଼ି ଯାଉଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଦୁଇ ଯାଆଁଳା ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ଦୁଇଭାଇଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାସହ ଦୁଇ ଭାଇଙ୍କ ମୃତ୍ୟୁରେ ସେହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.