fbpx

ବିନା ସାହାରାରେ ବିଜୁଳି ତାରରେ ଚାଲିଲେ ବ୍ୟକ୍ତି, ଲୋକେ କହିଲେ-‘ଆରେ ବାପ୍ ରେ’

ବିଜୁଳି ତାରରେ ଲାଗିଥିବା ଗଛର ଏକ ଡାଳକୁ କାଢିବା ପାଇଁ ଜଣେ ବିଦ୍ୟୁତ୍ ବିଭାଗର କର୍ମୀ ଯାହା କଲେ , ତାହା ଆପଣ ଦେଖି ବି ଭୟଭୀତ ହୋଇଯିବେ । ବିନା ସାହାରରେ ଖାଲି ତାରରେ ବ୍ୟକ୍ତିଜଣକ ଚାଲିବାକୁ ଲାଗିଲେ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ । ଏଭଳି ଏକ ଅଦ୍ଭୁଦ ଘଟଣା ହାଇଦ୍ରାବାଦଠାରୁ ୭୫ କିଲୋମିଟର ଦୂରରେ ଥିବା ସଙ୍ଗାରେଡ୍ଡୀ ଜିଲ୍ଲାର ସଦାଶିବପେଟ ମଣ୍ଡଳର ନିଜାମପୁରରେ ଘଟିଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

ତେବେ ଖବର ମୁତାବକ, ବର୍ଷା ଓ ଜୋର୍ ପବନ ଯୋଗୁଁ ଗଛର ଏକ ଡାଳ ବିଦ୍ୟୁତ ତାର ଉପରେ ପଡିଥିଲା । ଫଳରେ ସେହି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବାଧାପ୍ରାପ୍ତ ହୋଇଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ବିଦ୍ୟୁତ୍ କର୍ମଚାରୀମାନେ ପହଞ୍ଚିଥିଲେ । ଏହାପରେ କର୍ମଚାରୀଙ୍କ ମଧ୍ୟରୁ ନୂର ପୋଲ ନାମକ ଜଣେ ବ୍ୟକ୍ତି ହାଇଭୋଲଟେଜ୍ ତାର ଉପରେ ଚାଲିବାକୁ ଆରମ୍ଭ କଲେ । ସେ ଗୋଟିଏ ତାରରେ ପାଦ ରଖିବା ସହ ଅନ୍ୟ ତାରରେ ହାତ ରଖିଥିଲେ ଓ ଚାଲିବାକୁ ଆରମ୍ଭ କରିଥିଲେ । ଗୋଟିଏ ହାତରେ ସେ ତାରରେ ଫସିଥିବା ଡାଳକୁ ହଟାଇବା ପରେ ସେ ତଳକୁ ଓହ୍ଲାଇଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ହୋସ୍ ଉଡିବା ସହ କେହି କେହି କହିଥିଲେ – ଆରେ ବାପ୍ ରେ’ । କିଛି ଲୋକ ନୂରଙ୍କ ସାହସକୁ ପ୍ରଂଶସା କରିଥିବା ବେଳେ ଏପରି କରିବା ଜୀବନ ପ୍ରତି ବିପଦଜ୍ଜନକ ବୋଲି ଆଉ କିଛି ଲୋକ କହିଥିଲେ ।

Get real time updates directly on you device, subscribe now.