fbpx

ଲୋକଙ୍କୁ ପେଟପୂରା ଖାଇବା ଦେବାପାଇଁ ଜମିବିକ୍ରି ଗଲେ ୨ ଭାଇ

ଲକ୍-ଡାଉନ୍ ଅବଧି ବଢି ବଢି ଚାଲିଥିବା ବେଳେ ଭୋକରେ ଡହଳବିକଳ ହେଉଛନ୍ତି ଶ୍ରମିକ ଓ ନିମ୍ନଶ୍ରେଣୀର ଲୋକେ । ଭୋକରେ କେତେ ଲୋକଙ୍କର ଜୀବନ ଗଲାଣି ତ କରୋନାରେ କେତେ ମଲେଣି । ବହୁ ଲୋକ ଏହି ଗରୀବ ଶ୍ରେଣୀର ଲୋକଙ୍କ ସାହାର୍ଯ୍ୟ ପାଇଁ ହାତ ବଢାଇଛନ୍ତି । ସେହିପରି କର୍ଣ୍ଣାଟକର କୋଲାର ସହରର ତଜାମୁଲ ଓ ମୁଜାମ୍ମିଲ ନାମକ ୨ ଭାଇ ଗରିବଙ୍କୁ ପେଟପୂରା ଖାଇବା ଦେବା ପାଇଁ ସେମାନଙ୍କ ଜମି ବିକ୍ରି କରିଦେଇଛନ୍ତି । ରିପୋର୍ଟ ମୁତାବକ, ୨ ଭାଇ ୨୫ ଲକ୍ଷ ଟଙ୍କା ଜମା କରିବା ପରେ ଏକ ନେଟୱାର୍କ ସହାୟତାରେ ଗରିବ ଲୋକଙ୍କୁ ରାସନ ଦେବାରେ ଲାଗିଲେ । ଏହା ପରେ ସେ ଘର ନିକଟରେ ଏକ ଟେଣ୍ଟ ଲଗାଇ ରନ୍ଧା ଖାଦ୍ୟ ଯୋଗାଇବାରେ ଲାଗିଛନ୍ତି । କାରଣ ଯେଉଁ ଲୋକମାନଙ୍କ ଘରେ ଖାଦ୍ୟ ପ୍ରସ୍ତୁତ ହେଉନାହିଁ, ସେମାନେ ଯେପରି ଭୋକିଲା ନରୁହନ୍ତୁ । ପୋଲିସ ମଧ୍ୟ ଏଥିରେ୨ ଭାଇଙ୍କୁ ସାହାର୍ଯ୍ୟ କରିଛି ।

Get real time updates directly on you device, subscribe now.