fbpx

ଆଠମାସର ଗର୍ଭବତୀ ,ତଥାପି କରୋନା ମହାମାରୀରେ ଡ୍ୟୁଟି କରୁଛନ୍ତି ଓଡିଆ ସବଇନିସ୍ପେକ୍ଟର

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ଆଠମାସର ଗର୍ଭବତୀ । ଏବେ ମାତୃତ୍ୱକାଳୀନ ଛୁଟିର ସମୟ । ହେଲେ ତା ଠାରୁ କରୋନା ବିପତ୍ତି ବେଳେ ଡ୍ୟୁଟି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଡ୍ୟୁଟି ଓ ଛୁଟି ଭିତରେ ଡ୍ୟୁଟିକୁ ବାଛିଛନ୍ତି ମୟୁରଭଂଜର ମହିଳା ସବଇନିସ୍ପେକ୍ଟର ମିନତୀ ମିଶ୍ର । ଗତ ବର୍ଷ ଜାନୁଆରୀରେ ମୟୁରଭଂଜ ବେତନଟୀରେ ନିଜର ପ୍ରଥମ ପୋଷ୍ଟଂ ପାଇଥିଲେ ମିନତୀ । ତାଙ୍କ ସ୍ୱାମୀ ତାଙ୍କଠାରୁ ୮୫ କିଲୋମିଟର ଦୂର ବିଷୋଇ ଥାନାରେ ପୋଷ୍ଟିଂ ପାଇଛନ୍ତି । ଡ୍ୟୁଟି ଛାଡି ସେ ବି ଆସିବା ସମ୍ଭବ ହେଉନାହିଁ ।ଲକ ଡାଉନ ପାଇଁ ପରିବାର ବର୍ଗ ବି ମିନତୀଙ୍କ ପାଖରେ ପଂହଚିପାରୁନାହାନ୍ତି ।ଏଭଳି ଅବସ୍ଥାରେ ମମତା ନିଜ ଯତ୍ନ ନେବା ସହ ଡ୍ୟୁଟି ବି କରୁଛନ୍ତି । ଯାହା ବାସ୍ତବିକ ପ୍ରେରଣାଦାୟୀ ।

Get real time updates directly on you device, subscribe now.