fbpx

ଅନ୍ତଃମନ୍ତ୍ରିସ୍ତରୀୟ ବୈଠକ ଆରମ୍ଭ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ଭିସି ଯୋଗେ ରାଜ୍ୟ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି । ସେହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତାଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ଟୁକୁନି ସାହୁ, ନବ ଦାସ ଓ ସୁଦାମ ମାରାଣ୍ଡି ମଧ୍ୟ ଉପସ୍ଥିତ ରହିଛନ୍ତି । ବୈଠକରେ ୩ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବା ନେଇ ସୂଚନା ରହିଛି । ଆରୋଗ୍ୟସେତୁ ଆପ୍ ଢ଼ାଞ୍ଚା ଉପରେ ଆଲୋଚନା ହେବ । ସେହିପରି ପ୍ରବାସୀ ଓଡ଼ିଆଙ୍କ ନମୁନା ପରୀକ୍ଷା, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଆର୍ଥିକ ବ୍ୟୟବରାଦ, କୋଭିଡ଼-୧୯ ହସ୍ପିଟାଲର ଅଗ୍ରଗତି ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.