ଦେବଗଡ଼: ଡଙ୍ଗା ବୁଡ଼ି ୨ ଛୁଆଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ନିଖୋଜ ଥିବା ଖବର ପ୍ରକାଶ ପାଇଛି । ରେଙ୍ଗାଳି ଡ୍ୟାମରେ ମାଛ ଧରିଲାବେଳେ ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା ।
କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ ନିକଟରେ ଏହି ଅଘଟଣ ଘଟିଥିବାର ସୂଚନା । ବାପା, ମା’ ପିଲାଙ୍କୁ ଧରି ସପରିବାର ମାଛ ମାରିବାକୁ ଯାଇଥିଲେ ।
ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୬ ବର୍ଷ ହୋଇଥିବାବେଳେ ଅନୃ ଜଣଙ୍କ ବୟସ ୩ ବର୍ଷ ବୋଲି ଜଣାପଡ଼ିଛି ।
ଡଙ୍ଗା ବୁଢ଼ିଯିବା ପରେ ବାପା ଗୋଟେ ପୁଅକୁ ଧରି କୂଳକୁ ଆସିଥିଲେ । କୂଳରେ ପହଞ୍ଚିଲାବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିବା କୁହାଯାଉଛି ।