fbpx

ଦୁଇ ଦିନରେ ୧୧୦୦ କୋଟି ଟଙ୍କାର ଇଲେକ୍ଟ୍ରିକ ସ୍କୁଟର ବିକ୍ରି କରି ରେକର୍ଡ ସୃଷ୍ଟି କଲା ‘ଓଲା’, ପ୍ରତି ସେକେଣ୍ଡରେ ୪ଟି ସ୍କୁଟି ହୋଉଛି ସେଲ୍

ନୂଆଦିଲ୍ଲୀ: ଦୁଇ ଦିନରେ ୧୧୦୦ କୋଟି ଟଙ୍କାର ଓଲା ଇଲେକ୍ଟ୍ରିକ ସ୍କୁଟର ବିକ୍ରି ହେବା ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଦିନରେ ୬୦୦ କୋଟି ଟଙ୍କାର ସ୍କୁଟର ବିକ୍ରୟ ହୋଇଥିବା ବେଳେ କମ୍ପାନୀ ଦ୍ୱିତୀୟ ଦିନରେ ୫୦୦ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ସ୍କୁଟର ବିକ୍ରି କରିଛି । ଏହିପରି ଭାବେ କମ୍ପାନୀ ଦୁଇ ଦିନରେ ୧୧୦୦ କୋଟିରୁ ଅଧିକ ଟଙ୍କାର ସ୍କୁଟର ବିକ୍ରି କରିଛି ବୋଲି ଓଲାର ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନ ବିକ୍ରି ଆହୁରି ଭଲ ଥିଲା । ୨ ଦିନରେ ୧୧୦୦ କୋଟି ଟଙ୍କାର ସ୍କୁଟର ବିକ୍ରି ହୋଇଛି । ପୁଣି ଥରେ ନଭେମ୍ବର ୨ରେ ସ୍କୁଟର ବିକ୍ରି ଆରମ୍ଭ ହେବ । ଏବେ କମ୍ପାନୀ ପ୍ରତି ସେକେଣ୍ଡରେ ୪ଟି ସ୍କୁଟର ବିକ୍ରି କରୁଛି।

Get real time updates directly on you device, subscribe now.