fbpx

ରାଜ୍ୟରେ ୨ ଦିନ ମଧ୍ୟମ ଧରଣର ବର୍ଷା! ଜାଣନ୍ତୁ କେଉଁ ଜିଲ୍ଲା ଭିଜିବ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଆଗାମୀ ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ କିଛି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ସେହି ଜିଲ୍ଲାଗୁଡିକ ହେଉଛି-କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଭଦ୍ରକ, ରାୟଗଡା, ବଲାଙ୍ଗୀର, କଟକ, ନୂଆପଡା, ନୟାଗଡ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ।

୨୨ ତାରିଖରେ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ଏଥିରେ ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡା, ମାଲକାନଗିରି, କୋରାପୁଟ ଇତ୍ୟାଦି ସାମିଲ ରହିଛି ।

Get real time updates directly on you device, subscribe now.