ନୂଆଦିଲ୍ଲୀ- କେରଳ ସରକାର ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଆଇଟିଆଇ)ରେ ପଢୁଥିବା ଛାତ୍ରୀଙ୍କୁ ପ୍ରତି ମାସରେ ଦୁଇ ଦିନ ମାସିକ ଧର୍ମ ଛୁଟି ଦେବାର ଘୋଷଣା କରିଛି । ରାଜ୍ୟର ଶିକ୍ଷାମନ୍ତ୍ରୀ ଭି ଶିବନକୁଟ୍ଟି ଅନେକ ସ୍କିଲ ଟ୍ରେନିଂ ପ୍ରୋଗ୍ରାମର ଫିଜିକାଲ ଡିମାଣ୍ଡଥିବା ଏହି ନିଷ୍ପତିର ଘୋଷଣା କରିଛି, ଯେଉଁଥିରେ ପାରମ୍ପରିକ ରୂପେ ଲେବର ଇନିସିଏଟିଭ ଟ୍ରେଡ୍ସରେ ବି ଛାତ୍ରମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି କି, ଆଜିର ଯୁଗରେ ମହିଳା ପ୍ରତି କ୍ଷେତ୍ରରେ ଆକ୍ଟିଭ ଅଛନ୍ତି, ଯେଉଁଥିରେ ଶାରୀରିକରୂପେ ସବୁଠାରୁ ଅଧିକ ଡିମାଣ୍ଡ ଥିବା ସ୍କିଲ ଟ୍ରେନିଂ ଟ୍ରେଡ୍ସ ସାମିଲ । ଏହି ସବୁ ଦିଗକୁ ଧ୍ୟାନ ଦେଇ ସରକାର ଆଇଆଇଟି ପଢୁଥିବା ଟ୍ରେନୀ ଛାତ୍ରୀଙ୍କୁ ପ୍ରତି ମାସରେ ପିରିଏଡ ଲିଭ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଅନେକ ଛାତ୍ରୀଙ୍କୁ ବିଭିନ୍ନ ଶାରୀରିକ ସମସ୍ୟା ରହିଥାଏ ।
କେରଳ ସରକାରଙ୍କ ଅଧିକାରୀଙ୍କୁ ମୁତାବକ, କେରଳରେ ଥିବା ୧୦୦ରୁ ଅଧିକ ଆଇଟିଆଇରେ ପଢୁଥିବା ଛାତ୍ରୀଙ୍କୁ ସରକାରଙ୍କ ଏହି ନିଷ୍ପତିର ସୁଫଳ ମିଳିବ । ତେବେ ଗତ ବର୍ଷ କେରଳ ହାୟର ଏଜୁକେଶନ ଡିପାର୍ଟମେଣ୍ଟ ଉଚ୍ଚ ଶିକ୍ଷା ବିଭାଗ ଅନ୍ତର୍ଗତ ସମସ୍ତ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ପିରିୟଡ ଲିଭ ଘୋଷଣା କରାଯାଇଥିଲା ।
ପିରିଏଡ ଲିଭ ପାଇଁ ଛାତ୍ରୀଙ୍କ ପଢାରେ ହେଉଥିବା କ୍ଷତିର ଭରଣା ପାଇଁ ଆଇଟିଆଇର ସିପ୍ଟକୁ ରିସିଡ୍ୟୁଲ କରାଯିବ । ପ୍ରଥମ ସିପ୍ଟ ସକାଳ ୭.୩୦ରୁ ଅପରାହ୍ନ ୩ଟା ଯାଏ ହେବା ବେଳେ ଦ୍ୱିତୀୟ ସିପ୍ଟ ସକାଳ ୧୦ରୁ ସନ୍ଧ୍ୟା ୫.୩୦ ଯାଏ ହେବ । ଶନିବାର ଛାତ୍ରୀଙ୍କ ପାଇଁ ଛୁଟି ହେବ । ଏହି ଦିନରେ ସେମାନେ ଚାହିଁଲେ ଏକ୍ସଟ୍ରା କ୍ଲାସ କରିପାରିବେ ।