fbpx
BSKY
BJD MC SKY
BJD YOUTH SKY

RSPରେ ଗ୍ୟାସ୍ ଲିକ୍ ଘଟଣା: ୨ DGM ନିଲମ୍ବିତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ୨ ଜଣ ଡିଜିଏମଙ୍କୁ ନିଲମ୍ବନ କରାଯାଇଛଇ । ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସିଇଓ ।

ତେବେ କୋଲ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍ ଦାସଙ୍କ ସହ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି.ବାରିକଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଞ୍ଚାର ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.