fbpx

୯ ମାସ ପରେ ଏହି ରାଜ୍ୟରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ

ମୁମ୍ବାଇ, ୬ା୧: କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଦୀର୍ଘ ୯ ମାସର ବ୍ୟବଧାନ ପରେ ସ୍କୁଲ ଖୋଲିଥିଲା । ତେବେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଶିକ୍ଷକମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ତେବେ ୬୨ ଜଣ ଶିକ୍ଷକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସ୍କୁଲମାନଙ୍କରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି । ତେବେ ୭୦୬୩ ଜଣ ଶିକ୍ଷକ ଓ ୨୫୦୦ କର୍ମଚାରୀଙ୍କ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୬୨ ଜଣ ଶିକ୍ଷକ ଓ ୧୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ଏହି ଘଟଣାକୁ ଲକ୍ଷ୍ୟ କରି ସ୍କୁଲମାନଙ୍କରେ କରୋନା କଟକଣାକୁ ଜୋରଦାର କରାଯାଇଛି । ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି । ଅନୁରୂପ ଭାବେ ପଞ୍ଜାବରେ ସ୍କୁଲ ଖୋଲିବା ପରେ କିଛି ଅଧ୍ୟାପକ ଓ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ନିଆଯାଉଥିବା ସ୍କୁଲର ପ୍ରଧାନଶିକ୍ଷକ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.