fbpx
BJD SKY
BJD SKY

ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

BJD

କେନ୍ଦୁଝର, ୧୧ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା କାଠବାରୀ ଗାଁରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨ ଗୁରୁତର ହୋଇଛନ୍ତି । ତେବେ ଜେନେରେଟର ଅନ୍ କରି ଘରେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ମୃତକ ଦ୍ୱୟଙ୍କ ନାମ ବାଇଧର ନାଏକ (୩୦) ଓ ବାଦଲ ନାଏକ (୧୫) ବୋଲି ଜଣାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଏମାନେ ଘରର କବାଟ, ଝରକା ବନ୍ଦ କରି ଶୋଇଥିଲେ । ରୁମ ମଧ୍ୟରେ ଜେନେରେଟର ଚାଲୁଥିବାରୁ ଧୂଆଁରେ ସମସ୍ତେ ଅଣନିଃଶ୍ୱାସୀ ହୋଇଯାଇଥିବା ଅନୁମାନ କରାଯାଉଛି । ଜଣେ ଗୁରୁତରଙ୍କୁ କଟକ ପଠାଯାଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

Get real time updates directly on you device, subscribe now.