fbpx

କୁକୁଡ଼ା ବିକାଳୀ ମା ର ପୁଅ ଭାରତୀୟ କ୍ରିକେଟ ଦଳ ର ଯୁବ ପ୍ରତିଭା

ସଫଳତା ର ଅନ୍ୟ ନାମ ସଂଘର୍ଷ । କେତେବେଳେ ମା ତାଙ୍କର ରାସ୍ତାକଡ଼ରେ ବିକୁଥିଲେ କୁକୁଡ଼ା ମାଂସ । ଆଉ ବାପା କରୁଥିଲେ କୁଲି କାମ ।ମାତ୍ର ପୁଅ ର ପ୍ରତିଭା ଏବଂ ପରିଶ୍ରମ ତାକୁ ସଫଳତା ର ଶୀର୍ଷରେ ପହଂଚାଇଛି । ସେ ହେଉଛନ୍ତି ୟାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି ।୨୯ ବର୍ଷିୟ ଟି ନଟରାଜନଙ୍କ ପୂରା ନାଁ ଥଙ୍ଗରାସୁ ନଟରାଜନ । ତାଙ୍କ ଜନ୍ମ ତାମିଲନାଡୁର ଏକ ଗରିବ ପରିବାରରେ ହୋଇଥିଲା । ନଟରାଜନଙ୍କୁ ପାଠ ପଢାଇବା ପାଇଁ ବାପା ଷ୍ଟେସନରେ କୁଲି କାମ କରୁଥିଲେ ଆଉ ମା ରାସ୍ତା କଡରେ ଚିକେନ ବିକୁଥିଲେ ।

Get real time updates directly on you device, subscribe now.