fbpx

ଏକସଙ୍ଗେ ୪ଟି ବିଷୟର ଫଳ ପ୍ରକାଶନ ପାଇଁ ଉଦ୍ୟମ ଚାଲିଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ଆଜି ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବା ପରେ ମହର୍ଷି ଜୁନିୟର କଲେଜ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଅଚାନକ କଲେଜ ଗସ୍ତ କରି ପରୀକ୍ଷାର ତଦାରଖ କରିଛନ୍ତି ।

ସେଠାରେ ବୁଲି ଦେଖିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପରୀକ୍ଷା ଶାନ୍ତି ଶୃଙ୍ଗଳାର ସହ ଚାଲିଛି । କଲେଜ କର୍ତ୍ତୃପକ୍ଷ- ପ୍ରଶାସନ ସହାୟତାରେ ଭଲରେ ପରୀକ୍ଷା ସରିବ ବୋଲି ଆଶା ରଖାଯାଇଛି । ଏହାସହ ଏକସଙ୍ଗେ ୪ଟି ବିଷୟର ଫଳ ପ୍ରକାଶନ ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକର ଏକସଙ୍ଗେ ରେଜଲ୍ଟ ବାହାରିବା ନେଇ ପ୍ରକ୍ରିୟା ଚାଲିଛି ।

Get real time updates directly on you device, subscribe now.