fbpx

+୨ ପରୀକ୍ଷାରେ ସଂସ୍କାର, ପ୍ରଥମ ବର୍ଷରେ ପାସ୍ ଜରୁରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): +୨ ପରୀକ୍ଷା ବ୍ୟବସ୍ଥାରେ ଆଉ ଏକ ସଂସ୍କାର ଅଣାଯାଇଛି । ଏଣିକି +୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଦ୍ୱିତୀୟ ବର୍ଷକୁ ଉନ୍ନତୀ କରିପାରିବେନି ଛାତ୍ରଛାତ୍ରୀ । ୨ୟ ବର୍ଷକୁ ଯିବା ଲାଗି ପରୀକ୍ଷାର୍ଥୀଙ୍କୁ ୩୩% ମାର୍କ ରଖିବା ଜରୁରୀ । ଫ୍ରେବ୍ରୁଆରୀ ୧୫ରୁ ୨୯ ଯାଏ ଏହାର ପ୍ରଥମ ସୁଯୋଗ ଦିଆଯିବ । ୩୩%ରୁ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ଏକ୍ସଟ୍ରା କ୍ଲାସ ହେବ । ମୋଟ୍ ନମ୍ବରର ୩୩% ନରଖିପାରିଲେ ବିକଳ୍ପ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୨ୟ ସୁଯୋଗ ଭାବେ ମେ’ ଶେଷ ସପ୍ତାହରେ ପରୀକ୍ଷା ଦେବାକୁ ପଡିବ ।

ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା ଅନୁଷ୍ଠିତ ହେବ । ସଂପୃକ୍ତ କଲେଜ ପ୍ରଶ୍ନପତ୍ର ତିଆରି କରିବେ । କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ଫଳାଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ । ୨୦୧୯-୨୦ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

Get real time updates directly on you device, subscribe now.