fbpx

ନିର୍ଭୟା ମାମଲା, କ୍ୟୁରେଟିଭ ପିଟିସନ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଛି । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିବା ସୂଚନା ମିଳିଛି । ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ହେବ ।ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.