fbpx

ଭିଜିଲାନ୍ସ ଜାଲରେ ୨ ବନ ଅଧିକାରୀ

Advertisement

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଦୁଇ ବନ ଅଧିକାରୀ । ଭଦ୍ରକ ଏସିଏଫ ବୀରଜା ମୋହନ ମହାନ୍ତି ଭିଜିଲାନ୍ସ ଜାଲରେ ପଡ଼ିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ତାଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଅନ୍ୟପଟେ ଚାନ୍ଦବାଲି ରେଞ୍ଜ ଫରେଷ୍ଟର ଜଗନ୍ନାଥ ମିଶ୍ରଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତାଙ୍କର ବନଖଣ୍ଡ କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି ।

Get real time updates directly on you device, subscribe now.