fbpx

ହୀରାକୁଦରେ ୨ଟି ଗେଟ ବନ୍ଦ, କଟକ ମୁଣ୍ଡଳିରେ କମିଲା ଜଳସ୍ତର, ସକାଳ ୬ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୧.୮୫ ଫୁଟ

ଓଡିଶା ଭାସ୍କର: ହୀରାକୁଦରେ ୨ ଟି ଗେଟ ବନ୍ଦ ହୋଇଛି । ରବିବାର ପର୍ଯ୍ୟାୟକ୍ରମେ ୨୦ ଟି ଗେଟ ଖୋଲାଯାଇଥିଲା । ଆଉ ଏବେ ୨ ଟି ଗେଟ ବନ୍ଦ କରାଯାଇଛି । ଉପର ମୁଣ୍ଡରେ ଜଳ ପ୍ରବାହ କମିବାରୁ ଏହି ଦୁଇଟି ଗେଟକୁ ବନ୍ଦ କରି ଦିଆଯାଇଛି । ପ୍ରାୟ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ଏବେ ହୀରାକୁଦରେ ପ୍ରବେଶ କରୁଛି । ଏହାବାଦ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି ହୀରାକୁଦରୁ । ସକାଳ ପ୍ରାୟ ୬ ଟା ସୁଦ୍ଧା ହୀରାକୁଦରେ ଜଳସ୍ତର ୬୧୧.୮୫ ଫୁଟ ରହିଛି ।

ସେପଟେ ହୀରାକୁଦର ଗେଟ ବନ୍ଦ ଫଳରେ କଟକ ମୁଣ୍ଡଳିର ଜଳସ୍ତର କମିବାର ଦେଖିବାକୁ ମିଳିଛି । ହୀରାକୁଦ ଗେଟ ବନ୍ଦ କାରଣରୁ ମୁଣ୍ଡଳିରେ ମହାନଦୀର ଜଳସ୍ତର କମି ପ୍ରାୟ ୪ ଲକ୍ଷ ୮୦ ହଜାର ୭୨ କ୍ୟୁସେକ ଜଳ ଏବେ ପ୍ରବାହିତ ହେଉଛି । ଆଗାମୀ ଦିନରେ ହୀରାକୁଦରେ ଆହୁରି ଗେଟ ବନ୍ଦ କରାଯାଇପାରେ ।

Get real time updates directly on you device, subscribe now.