fbpx

BSNLର ଦମଦାର ପ୍ଲାନ: ୧୧୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୨ ଜିବି ଡାଟା ଏବଂ ମାଗଣା କଲ୍, ଭୁଲି ଯିବ Jio-Airtel

Advertisement

ପ୍ରାଇଭେଟ ଟେଲିକମ କମ୍ପାନୀମାନେ ସେମାନଙ୍କର ସବୁ ପ୍ରିପ୍ରେଡ ପ୍ଲାନ ମହଙ୍ଗା କରିଛନ୍ତି । କିନ୍ତୁ ଏବେବି ସରକାରୀ ଟେଲିକମ୍ କମ୍ପାନୀ BSNLଏବେବି ପୁରୁଣା ଦାମରେ ଭଲ ବେନିଫିଟ୍ସ ପ୍ଲାନ ଦେଉଛି । BSNL ପାଖରେ ଏମିତି ଅନେକ ପ୍ଲାନ ଅଛି ଯାହା Reliance Jio, Airtel ଏବଂ Vi କୁ କଡ଼ା ଟକ୍କର ଦେଉଛି । ଆଜି ଆମେ ଆପଣଙ୍କୁ ବିଏସଏନଏଲର ଏଭଳି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ୧୧୦ ଦିନର ଭାଲିଡିଟି ସହ ୨୨୦ ଜିବି ଡାଟା ଦେଉଛି । ଏତିକି ନୁହେଁ ବିଏସଏନଏଲର ଏହି ପ୍ଲାନରେ କଲ ଏବଂ ଏସଏମଏସ ମଧ୍ୟ ମିଳିଛୁ ।

ବିଏସଏନଏଲର ଏହି ପ୍ଲାନ ହେଉଛି ୬୬୬ ଟଙ୍କା ପ୍ରିପେଡ ପ୍ଲାନ । ଏଥିରେ ଗ୍ରାହକଙ୍କୁ ୧୧୦ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା ମିଳିବ । ଯାହା ୧୧୦ ଦିନ ପାଇଁ ୨୨୦ ଜିବି ଡାଟା ରହିଛି । ପ୍ଲାନରେ ସବୁ ନେଟୱର୍କକୁ ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏସ ପ୍ରତିଦିନ ରହିଛି । ଏହା ବ୍ୟତୀତ କଲରଟ୍ୟୁନ୍ ଏବଂ ଲୋକଧୁନ କଣ୍ଟେଣ୍ଟରେ ମଧ୍ୟ ମେମ୍ବରସିପ୍ ରହିଛି ।

Airtel-Vi ର ୬୬୬ ଟଙ୍କା ପ୍ଲାନ

ଏହି ଦାମରେ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆର ପ୍ଲାନ ଏକା ଭଳି ରହିଛି । ଏଥିରେ ୭୭ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଇଛି । ଏହିଭଳି ସମୁଦାୟ ୧୧୫.୫ ଜିବି ଡାଟା ରହିଛି । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି ।

Jio ର ୬୬୬ ଟଙ୍କା ପ୍ଲାନ

ରିଲାଏନ୍ସ ଜିଓ ର ୬୬୬ ଟଙ୍କା ପ୍ଲାନ ୮୪ ଦିନର ଭାଲିଡିଟି ସହ ଆସୁଛି । ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି । ଏହିଭଳି ସମୁଦାୟ ୧୨୬ ଜିବି ଡାଟା ମିଳିବ । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଏବଂ ଜିଓ ଆପ୍ସ ର ମାଗଣା ସବସ୍କ୍ରିପସନ ମଧ୍ୟ ଦିଆଯିବ ।

Get real time updates directly on you device, subscribe now.