fbpx

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫ ।୬: ପାକିସ୍ତାନର ରାଜଧାନୀ ଇସଲାମବାଦରୁ ଆଜି ନିଖୋଜ ହୋଇଛନ୍ତି ୨ ଭାରତୀୟ ଦୂତବାସର ଅଧିକାରୀ । ଆଜି ସକାଳୁ ହିଁ ଭାରତୀୟ ଦୂତବାସର ୨ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନ ନିକଟରେ ଅଭିଯୋଗ କରିଛି ଭାରତ ।

ସୂତ୍ରରୁ ଖବର ମିଳିଛି କି, ପାକିସ୍ତାନରେ ଥିବା ଭାରତୀୟ ଦୂତବାସର ୨ ଅଧିକାରୀ ଗତ ୨ ଘଣ୍ଟା ଧରି ନିଖୋଜ ଅଛନ୍ତି । ସେମାନଙ୍କର ସନ୍ଧାନ କରାଯାଉଛି । ୨ ଘଣ୍ଟା ହେବ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇନଥିବା ବେଳେ ଡ୍ରାଇଭରକୁ ଖୋଜାଚାଲିଛି । ଏହି ଘଟଣା ପୂର୍ବରୁ ଇସଲାମାବାଦରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଯାଇଥିବା ଖବର ଆସିଥିଲା ।

Get real time updates directly on you device, subscribe now.